ଅଭିଭାବକଙ୍କ ପାଇଁ ବାର୍ତ୍ତା

Home / message

ପ୍ରିୟ ଅଭିଭାବକ ଭାଇ ଭଉଣୀ ମାନଙ୍କୁ ଅନ୍ତରର ଶୁଭେଛା । ଆମେ ଜାଣିଛେ ଶିକ୍ଷାରେ ଦୁର୍ବଳ ମଣିଷ, ସବୁକ୍ଷେତ୍ରରେ ଦୁର୍ବଳ ହୋଇଥାଏ । ଗୋଟିଏ ପଟେ ଆମେ ଆର୍ଥିକ ଦୁର୍ବଳ ଯେଉଁଥିପାଇଁ ଆମେ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଡି ରହିଛେ । ସେଠି ମଧ୍ୟ ପାଠ୍ୟକ୍ରମ ଦୁର୍ବଳ । ଯାହାର ଅନେକ ପ୍ରମାଣ website ରେ ପ୍ରଦର୍ଶିତ ହୋଇଥିଲେ ହେଁ ଆମେ ମାନେ ତାର ଚାକ୍ଷୁସ ପ୍ରମାଣ । ଭାବନ୍ତୁ ତ ! ସମାଜର କୌଣସି ଶିକ୍ଷିତ-ସଚେତନ-ଆର୍ଥିକ ସ୍ଵଛଳ ବ୍ୟକ୍ତି ତାଙ୍କ ପିଲାଙ୍କୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢ଼ାନ୍ତିନି କାହିଁକି ? ଏପରିକି ସେଠାରେ ନିଯୁକ୍ତ ଶିକ୍ଷକ ମାନେ ମଧ୍ୟ ସେମାନଙ୍କ ପିଲାଙ୍କ ପାଠପଢା ପାଇଁ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପସନ୍ଦ କରନ୍ତି ନାହିଁ କାରଣ ଏହାର ପାଠ୍ୟକ୍ରମ ଦୁର୍ବଳ ଓ ଉତ୍ତର ଦାୟିତ୍ୱ ତୃଟିପୁର୍ଣ୍ଣ । ଏପରି ଏକ ଦୁର୍ବଳ ମୂଳଦୁଆ ଦେଇ ଆମ ପିଲା ଭବିଷ୍ୟତରେ ନା ନିଜ ଗୋଡ଼ରେ ନିଜେ ଛିଡା ହୋଇପାରିବ ନା ଆମ ଅବସ୍ଥାରେ ସୁଧାର ଆଣିବାକୁ ସକ୍ଷମ ହୋଇ ପାରିବ । ସମାଜର ୮୦ ଭାଗ ଲୋକ ଏଇ ଦୁର୍ଦ୍ଦଶା ର ଶିକାର । ଏଣୁ ଆମେ ଚାହିଁବା ସର୍ବତ୍ର ସମାନ ପାଠ୍ୟକ୍ରମ । ଆର୍ଥିକ ସ୍ଵଛଳ ପିଲା ଯେଉଁ ପାଠ୍ୟକ୍ରମରେ ପଢେ, ଆମ ପିଲା ମଧ୍ୟ ସେଇଭଳି ପାଠ୍ୟକ୍ରମ ରେ ପଢୁ । ଅନ୍ୟମାନଙ୍କ ସହ ଶିକ୍ଷାରେ ସମକକ୍ଷ ହେଉ ।

ସବୁଠି ସମାନ ପାଠ୍ୟକ୍ରମ ଓ ସମାନ ବ୍ୟବସ୍ଥା ହେଲା ବୋଲି ସେଇଦିନ ଜଣାପଡିବ, ଯେଉଁଦିନ ସମାଜ ର ଆର୍ଥିକ ସ୍ଵଛଳ ବର୍ଗଙ୍କ ପିଲା ଆମ ପିଲାଙ୍କ ସାଙ୍ଗରେ (ସ୍କୁଲରେ) ପଢୁଥିବାର ଆମେ ଦେଖିବା । ନଚେତ ଆମ ପିଲାଙ୍କ ପାଠପଢା ପାଇଁ ବ୍ୟୟ ହେଉଥିବା ଟଙ୍କା (ଯାହା ପରୋକ୍ଷରେ ଆମରି ଟଙ୍କା) ଆମେ ନେବା, ଆମ ପିଲାଙ୍କ ପାଠପଢା ଦାୟିତ୍ୱ ଆମେ ବୁଝିବା । ସମାଜରେ ତ ଶିକ୍ଷିତ ବେକାରଙ୍କର ଅଭାବ ନାହିଁ । ଆମ ପିଲାଙ୍କ ପାଠପଢା ପାଇଁ ସେମାନଙ୍କୁ ନିଯୁକ୍ତ କରିବା ବା ଆମ ପିଲାଙ୍କୁ ଯିଏ ପାଠ ପଢେଇବ ତାକୁ ଆମେ ପଇସା ଦେବା । ସରକାର କେବଳ ପରୀକ୍ଷା ନିୟନ୍ତ୍ରଣ କରନ୍ତୁ ।

ସବୁରି ପାଇଁ ସମାନ ଶିକ୍ଷା ଉଦ୍ଦେଶ୍ୟ ନେଇ "ଆର୍ଥିକ ପଛୁଆବର୍ଗ ଶିକ୍ଷା ସୁରକ୍ଷା ସେବା, ଓଡିଶା" ସହ ଆମେ ଯୋଡି ହେଉଛେ, ଏ ଅଭିଯାନ କୁ ସଶକ୍ତ ତଥା ସୁଦୃଢ କରିବାକୁ । ଆମ ପ୍ରଦତ୍ତ ୮୦ ଟଙ୍କା, ଏହି ଉଦ୍ୟମର ପ୍ରଚାର, ପ୍ରସାର ନ୍ୟାୟିକ ଓ ସାଂଗଠନିକ କାର୍ଯ୍ୟପାଇଁ । ଏହା ରକ୍ତବୁନ୍ଦା ସଦୃଶ । ଆଗାମୀ ଦିନରେ ଏହା କୋଟି କୋଟି ରକ୍ତବୁନ୍ଦାର ପ୍ରବାହ ହୋଇ ଆମ ସ୍ବପ୍ନର ଭବିଷ୍ୟତକୁ ଶିକ୍ଷାରେ ସୁସ୍ଥ-ସବଳ ତଥା ଶକ୍ତିଶାଳୀ କରିବ ଓ ଆମ ଆର୍ଥିକ ଦୁର୍ବଳ ଅବସ୍ଥାରେ ସୁଧାର ଆଣିବ । ଏହା ଆମ ସମସ୍ତଙ୍କର ଆଶା-ବିଶ୍ୱାସ ଓ ଭରଷା ମଧ୍ୟ ।