What we want

Home / mission

ମିଶନ

ଶିକ୍ଷା ଅନ୍ଧାରରୁ ଆଲୋକକୁ ବାଟ କଢାଏ । ମୁକ୍ତିର ପଥ ଦେଖାଏ । ପ୍ରଗତିକୁ ତ୍ୱରାନ୍ୱିତ କରାଏ । ଶିକ୍ଷା ଆମର ମୌଳିକ ଅଧିକାର । ଏହାର ମୂଳଦୁଆ ପଡେ ପ୍ରାଥମିକ ସ୍ତରରେ, କିନ୍ତୁ ଭାରତର ୭୦ ରୁ ୮୦ ଭାଗ ପିଲା ସରକାରୀ ପ୍ରାଥମିକ ବିଦ୍ୟାଳୟର ଦୁର୍ବଳ ମୂଳଦୁଆ ଉପରେ ଦଣ୍ଡାୟମାନ । ଏହାକୁ ଦୃଷ୍ଟିରେ ରଖି awc ରୁ ୮ମ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସମାନ ଶିକ୍ଷା ବାଧ୍ୟତା ମୂଳକ ହେଉ ।

( ୧୦ମ ପର୍ଯ୍ୟନ୍ତ ହେଲେ ଆହୁରି ଭଲ ) CBSE ପାଠ୍ୟକ୍ରମରେ (ଆଞ୍ଚଳିକ ଭାଷା ସହ ) ସମସ୍ତେ ପଢନ୍ତୁ । ସମସ୍ତେ ବଢ଼ନ୍ତୁ । ସରକାର ତୁରନ୍ତ ଏହି ସିଦ୍ଧାନ୍ତ ନିଅନ୍ତୁ । ସରକାରୀ ପ୍ରାଥମିକ ବିଦ୍ୟାଳୟର ଆର୍ଥିକ ଦୁର୍ବଳ ପିଲାମାନଙ୍କୁ ଟ୍ୟୁସନ୍ ଖର୍ଚ୍ଚ ମାସିକ ୧୦୦୦ ଟଙ୍କା ଦିଅନ୍ତୁ । ନଚେତ୍ , ସରକାରୀ ପ୍ରାଥମିକ ବିଦ୍ୟାଳୟର ଅଭିଭାବକମାନଙ୍କୁ ସେମାନଙ୍କ ହକ୍ ( ଶିକ୍ଷା ବଜେଟରେ ବରାଦ ଅର୍ଥ ) ଦିଅନ୍ତୁ । ଏବଂ ଉକ୍ତ ଟ୍ରଷ୍ଟ ସେମାନଙ୍କ ପିଲାଙ୍କୁ CBSE ଢାଞ୍ଚାରେ ଅନୁଶିକ୍ଷଣ ଦେବାକୁ ଅଙ୍ଗିକାରଵଦ୍ଧ । ଏଥିପାଇଁ ଦରକାର ହେଲେ ଆନ୍ତର୍ଜାତିକ ସହଯୋଗ ଲୋଡ଼ାଯିବ, ବିଶ୍ଵ ଦରବାରରେ ହାତ ପତାଯିବ । ଏପରି ହେଲେ ଆମ ଦେଶର ମର୍ଯ୍ୟାଦା କ୍ଷୁର୍ଣ୍ଣ ହେବ । ଆଶା କରିବୁ ସେପରି ନ ହେଉ ।

ଏ ସମସ୍ୟା ପ୍ରତି ସରକାର ସହୃଦୟ ହୁଅନ୍ତୁ ।

୧ - ସମାଜର ଶିକ୍ଷିତ - ସଚେତନ ତଥା ଆର୍ଥିକ ସ୍ଵଛଳ ବର୍ଗ ସେମାନଙ୍କ ପିଲାଙ୍କୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନ ପଢ଼ାଇ ଘରୋଇ ବିଦ୍ୟାଳୟରେ ପଢ଼ାନ୍ତି । ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢାଇବାକୁ ପସନ୍ଦ କରନ୍ତି ନାହିଁ । କାରଣ ଏହାର ପାଠ୍ୟକ୍ରମ ଦୁର୍ବଳ ଓ ଉତ୍ତରଦାୟିତ୍ଵ ଦୁର୍ବଳ। ଯେଉଁଥିପାଇଁ ଏହି ବ୍ୟବସ୍ଥାଟି ସମ୍ପୂର୍ଣ ଅବହେଳିତ ଓ ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି । ସମାଜର ୭୦ % ପିଲା ଆର୍ଥିକ ଦୁର୍ବଳ ହେତୁ ଏଠାରେ ପଢ଼ନ୍ତି । ଯେଉଁମାନେ କେବଳ ସାକ୍ଷର ହୁଅନ୍ତି ମାତ୍ର ଶିକ୍ଷିତ ହେଵା କଷ୍ଟକର ହୋଇଥାଏ । ଏପରି ଏକ ଦୁର୍ବଳ ମୂଳଦୁଆ ହେତୁ ଏମାନେ ପ୍ରତିଯୋଗିତାମୂଳକ ସମାଜରେ ବହୁ ପଛରେ ଅଛନ୍ତି । ସମାଜର ଏକ ବୃହତ ଭାଗ ଏମାନେ । ଏମାନଙ୍କୁ ଛାଡ଼ି ସାମଗ୍ରିକ ସମାଜର ପ୍ରଗତି କଳ୍ପନା କରିବା ବୃଥା ।

ଓଡିଶା ପ୍ରାଥମିକ ଶିକ୍ଷା ସଂସ୍କାର ଅଭିଯାନ ମୁଖ୍ୟତଃ ଏଇମାନଙ୍କ ଶୈକ୍ଷିକ ଉନ୍ନତିକୁ ଗୁରୁତ୍ୱ ଦିଏ । ସମାନ ଶିଶୁ ସମାନ ଶିକ୍ଷା ର ବାର୍ତ୍ତା ଦିଏ । ସମାଜର ଆର୍ଥିକ ଦୁର୍ବଳ ଶ୍ରେଣୀ ଯେଉଁମାନେ ମୁଖ୍ୟତଃ ସରକାରୀ ପ୍ରାଥମିକ ବିଦ୍ୟାଳୟର ଅଭିଭାବକ, ଏମାନେ ଏ ଦିଗରେ ସଚେତନ ହେଵା ଜରୁରୀ । ଏଥିପାଇଁ "ଆର୍ଥିକ ପଛୁଆବର୍ଗ ଶିକ୍ଷା ସୁରକ୍ଷା ସେବା, ଓଡିଶା" ବା The Backwards' Educational Safety Trust, Odisha ମାଧ୍ୟମରେ ଆମେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ମାନେ ସରକାରଙ୍କୁ ନିବେଦନ କରୁଅଛୁ :-

୧ :- ସମାଜର ଆର୍ଥିକ ସ୍ଵଛଳ ବର୍ଗ ତାଙ୍କ ପିଲାଙ୍କୁ ଯେଭଳି ଶିକ୍ଷା ବ୍ୟବସ୍ଥାରେ ପଢ଼ାନ୍ତି, ଆମ ପିଲାଙ୍କ ପାଇଁ ସେଇଭଳି ପାଠ୍ୟକ୍ରମର ବ୍ୟବସ୍ଥା ହେଉ ଓ ଆମ ପିଲାଙ୍କ ପାଇଁ ସ୍ୱତନ୍ତ୍ର କୋଚିଂ ର ବ୍ୟବସ୍ଥା ହେଉ କିମ୍ବା ପିଲା ପିଛା ମାସିକ ୧୦୦୦ ଟଙ୍କା ଟ୍ୟୁସନ୍ ଖର୍ଚ୍ଚକୁ ସରକାର ଆମକୁ ଦିଅନ୍ତୁ ।

୨ :- ପ୍ରାଥମିକ ତଥା ସରକାରୀ ଶିକ୍ଷକ ମାନେ ତାଙ୍କ ପିଲାଙ୍କୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢାନ୍ତୁ ନଚେତ ଆମ ପିଲାଙ୍କ ପାଠପଢା ପାଇଁ ବ୍ୟୟ ହେଉଥିବା ଟଙ୍କାକୁ ସରକାର ଆମକୁ ଦିଅନ୍ତୁ । ଆମେ ସେଥିରେ ଆମ ପିଲାଙ୍କ ପାଠପଢାକୁ ଅଧିକ ଉନ୍ନତ କରିପାରିବୁ ।

ସରକାରୀ ଉଚ୍ଚ ବିଦ୍ୟାଳୟରୁ ପାସ ପିଲାଙ୍କ ପାଇଁ ସରକାର ଯେଉଁ ସଂରକ୍ଷଣର ଆସନ କରିଛନ୍ତି ତାହା ପ୍ରକୃତରେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଆର୍ଥିକ ଦୁର୍ବଳ ଛାତ୍ର । ଏମାନେ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମୂଳରୁ ୧୦ମ ପର୍ଯ୍ୟନ୍ତ ପଢ଼ନ୍ତି କିନ୍ତୁ ସ୍ଵଛଳ ବର୍ଗର ପିଲା ମାନେ ଘରୋଇ ବିଦ୍ୟାଳୟରେ ମୂଳରୁ ୭ମ ପର୍ଯ୍ୟନ୍ତ ପଢି ୮ମ ରେ ସରକାରୀ ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇବେ ଓ ୧୦ମ ରେ ମୂଳ ପିଲାଙ୍କ ଠାରୁ ଅଧିକ ନମ୍ବର ରଖିବେ । (ଏପରି ହୁଏ)

ସମ୍ପ୍ରତି ସମାଜରେ ସ୍କୁଲ-କଲେଜରେ ପାଠପଢା ସହ ଅନ୍ୟତ୍ର କୋଚିଂ ବା ଟ୍ୟୁସନ କୁ ଶିକ୍ଷାର ଏକ ଅଂଶ ଭାବେ ଗ୍ରହଣୀୟ ହେଲାଣି । ଏ କ୍ଷେତ୍ରରେ ଆର୍ଥିକ ଦୁର୍ବଳ ହେତୁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ପିଲାଟି ଯୁଆଡେ ଗଲେ ବି ଆର୍ଥିକ ଦୁର୍ଦ୍ଦଶାର ଶିକାର ହୋଇ ପଛରେ ପଡେ ।

ସଂରକ୍ଷଣର ସୁବିଧା ସରକାରୀ ପ୍ରାଥମିକ ବିଦ୍ୟାଳୟର ପିଲା ଭାଗ୍ୟରେ ଜୁଟେନି, କାରଣ ଅନୁସୂଚିତ ଜାତି - ଜନଜାତି - ମହିଳା -ଓବିସି ଇତ୍ୟାଦି ମଧ୍ୟରେ ଆର୍ଥିକ ସ୍ଵଛଳ ମାନେ ହିଁ ନିଜ ପିଲାଙ୍କୁ ଘରୋଇ ବିଦ୍ୟାଳୟରେ ପଢାଇ ସୁଦୃଢ କରିଥାନ୍ତି ଓ ସଂରକ୍ଷଣକୁ ହାତେଇଥାନ୍ତି ।

ନବୋଦୟ, କେନ୍ଦ୍ରୀୟ, ଆଦର୍ଶ (ଆଇକନିକ) ବିଦ୍ୟାଳୟର ସ୍ୱାଦ କେବଳ ଆର୍ଥିକ ସ୍ଵଛଳ ବର୍ଗ ପାଇଁ କାରଣ ସେମାନେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ସେମାଙ୍କ ପିଲାଙ୍କୁ ଟ୍ଵିସନ୍ ରେ ପ୍ରସ୍ତୁତି କରିଥାନ୍ତି । ଆର୍ଥିକ ଦୁର୍ବଳ ପିଲା ଙ୍କ ପାଇଁ ଏସବୁ ଅପହଞ୍ଚ ।କେତେକ କ୍ଷେତ୍ରରେ ସୁଗମ ହେଲେ ବି ହାତ ଗଣତି କେଇଟି ପିଲାଙ୍କ ଭାଗ୍ୟରେ ତାହା ମିଳେ । ବଳିପଡନ୍ତି ପ୍ରାୟ ୫୦୦୦ ରୁ ୪୯୯୫ ଜଣ ।

ଏସବୁ ସମସ୍ୟା ବିଚାରାଳୟରେ ତର୍ଜମା ହେବାର ଆବଶ୍ୟକତା ରହିଛି କିନ୍ତୁ ଆମ ବ୍ୟୟବହୁଳ ନ୍ୟାୟିକ ବ୍ୟବସ୍ଥାରେ ସେ ସୁଯୋଗ ଆମ ଭଳି ଆର୍ଥିକ ଦୁର୍ବଳ ମାନଙ୍କର କାହିଁ ?

"ଆର୍ଥିକ ପଛୁଆବର୍ଗ ଶିକ୍ଷା ସୁରକ୍ଷା ସେବା, ଓଡିଶା" ବା The Backwards' Educational Safety Trust, Odisha ଆମମାନଙ୍କ ଭଳି ଆର୍ଥିକ ଦୁର୍ବଳ ମାନଙ୍କୁ ଏକତ୍ର କରି ମୌଳିକ ଅଧିକାର ପ୍ରାପ୍ତି ପାଇଁ ଏକ ମାଧ୍ୟମ, ଯାହାକୁ ଆମେ ଆର୍ଥିକ-ଶାରୀରିକ-ବୌଦ୍ଧିକ ତଥା ନୈତିକ ସହଯୋଗ ଦେଇ ସଶକ୍ତ କରିବୁ। ଆମମାନଙ୍କ ପ୍ରତି ହେଉଥିବା ଅବିଚାରର ସମାଧାନ ନିମନ୍ତେ ଓ ଅବହେଳାର କ୍ରିୟାନ୍ୱୟନ ନିମନ୍ତେ ଏହା ସମ୍ପୂର୍ଣ ବିନିଯୋଗ ହେବ ଏବଂ ପ୍ରଦତ୍ତ ପଞ୍ଜିକରଣ ଦେୟ ମଧ୍ୟ ଏକ ଆର୍ଥିକ ସହଯୋଗ ମାତ୍ର ।

ଆମ ପିଲାଙ୍କ ପାଠପଢାପାଇଁ ସରକାର ଖର୍ଚ୍ଚ କରୁଥିବା ଟଙ୍କାକୁ କରୋନା ତାଲାବନ୍ଦି ଦିନ ଠାରୁ ଆମ ବ୍ୟାଙ୍କ ଖାତାରେ ଜମା କରିବା ସମ୍ବନ୍ଧରେ ଏହି ଆବେଦନ ଓଡିଶା ସରକାରଙ୍କୁ ଉଦ୍ଦିଷ୍ଟ ଅଟେ । ଉପରୋକ୍ତ ସମସ୍ତ ତଥ୍ୟ ତଥା ତତ୍ ସମ୍ଵନ୍ଧିୟ ବିଷୟବସ୍ତୁ ମୋ ଜାଣିବାରେ ସତ୍ୟ ତଥା ହିତକାରୀ ଅଟେ ।