ଉପାଦେୟତା

Home / Benefits

୧ - ଅଭିଭାବକ ଟ୍ରଷ୍ଟି ଯେଉଁମାନେ ସରକାରୀ ପ୍ରାଥମିକ (୧ମ ରୁ ୮ମ) ବିଦ୍ୟାଳୟରେ ନିଜ ପିଲାଙ୍କୁ ପଢ଼ାନ୍ତି, ସେମାନେ ନିଜ ପିଲାଙ୍କ ପାଇଁ ବ୍ୟୟ ହେଉଥିବା ଟଙ୍କାକୁ ନିଜ ବ୍ୟାଙ୍କ ଖାତାରେ ଜମା ନେଇ ସେମାନଙ୍କ ଉତ୍ତମ ଶିକ୍ଷାଗ୍ରହଣ କ୍ଷେତ୍ରରେ ବ୍ୟୟ କରିପାରିବେ । ସରକାରୀ ପ୍ରାଥମିକ ବିଦ୍ୟାଳୟର ପିଲାମାନେ ଧନୀକ ଶ୍ରେଣୀ ପିଲାଙ୍କ ପାଇଁ ଉପଲବ୍ଧ ଶିକ୍ଷା ସହ ସମକକ୍ଷ ଶିକ୍ଷା ପାଇପାରିବେ ଓ ନିଜ ପିଲାଙ୍କୁ ଟ୍ଵିସନ୍ ବା କୋଚିଂ ରେ ପଢ଼ିବା ପାଇଁ ଖର୍ଚ୍ଚ ମାସିକ ୧୦୦୦ ଟଙ୍କାକୁ ପାଇବାକୁ ହକ୍ଦାର ହେବେ ।

୨ - ପ୍ରତି ପଞ୍ଚାୟତ ବା ୱାର୍ଡ ରେ ଶ୍ରେଣୀ ପିଛା ଜଣେ ଲେଖାଏଁ ନିଯୁକ୍ତ ଶିକ୍ଷକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପିଲାମାନଙ୍କୁ cbse pattern ରେ ଶିକ୍ଷାଦାନ କରିବେ ।

୩ - ଆର୍ଥିକ ଦୁର୍ବଳ ପିଲାମାନେ ଜାତୀୟ ତଥା ପ୍ରାଦେଶିକ ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ବର୍ଗର ପିଲାଙ୍କ ସହ ସମକକ୍ଷ ହୋଇ ପାରିବେ ।

୪ - ଶିକ୍ଷକ ଟ୍ରଷ୍ଟି ସରକାରୀ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କୁ cbse ଶିକ୍ଷା ସମ୍ପାଦନା କରିବେ ।

୫ - ପରିଚାଳନା ନିର୍ଦ୍ଦେଶକ ଟ୍ରଷ୍ଟି ଟ୍ରଷ୍ଟ ପରିଚାଳନାରେ ଭାଗ ନେବେ ।

୬ - ଅନୁଦାତା ଟ୍ରଷ୍ଟି - ପ୍ରତ୍ୟେକ ବ୍ୟକ୍ତି ଟ୍ରଷ୍ଟକୁ ଅର୍ଥ-ଭୂମି-ଦ୍ରବ୍ୟ-ଗୃହ ଦାନ କରି ଦେବତା ଟ୍ରଷ୍ଟିର ମାନ୍ୟତା ପାଇବେ ।

୮ - ଆଇନଗତ ପରାମର୍ଶ ଦାତା ଟ୍ରଷ୍ଟି - ଟ୍ରଷ୍ଟ ବା ଏହାର ଟ୍ରଷ୍ଟି ମାନଙ୍କୁ ଆଇନଗତ ସହଯୋଗ ଦେଇପାରିବେ ।

୯ - ଛାତ୍ର ଟ୍ରଷ୍ଟି - ଶିକ୍ଷା କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ସମ୍ମୁଖିନ ହେଲାବେଳେ ଟ୍ରଷ୍ଟର ସହଯୋଗ ନେଇ ପାରିବେ ।

୧୦ - ସାଧାରଣ ଟ୍ରଷ୍ଟି - ପ୍ରତ୍ୟେକ ବ୍ୟକ୍ତି ଏହି ଟ୍ରଷ୍ଟରେ ସଂଯୁକ୍ତ ହୋଇ ପାରିବେ ଓ ସମାଜ ସଂସ୍କାର କାର୍ଯ୍ୟରେ ଭାଗ ନେଇ ପାରିବେ ।

୧୧ - ସଂଗଠକ ଟ୍ରଷ୍ଟି ଆର୍ଥିକ ପଛୁଆ ବର୍ଗ ଶିକ୍ଷା ସୁରକ୍ଷା ସେବାର ପ୍ରଚାର ଓ ପ୍ରସାର କାର୍ଯ୍ୟରେ ଭାଗ ନେଇ ପାରିବେ ।

୧୨ - ସାମାଜିକ ଉପାଦେୟତା - ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ଶିକ୍ଷାରେ ସଶକ୍ତ ହେବାଦ୍ବାରା ସମାଜର ସାମଗ୍ରିକ ବିକାଶ ହେବ ।

୧୩ - ସାମ୍ବିଧାନିକ ଉପାଦେୟତା - ସବୁରି ପାଇଁ ସମାନ ମୌଳିକ ଶିକ୍ଷା ବ୍ୟବସ୍ଥା ହେଲେ ସମ୍ବିଧାନରେ ଲିପିବଦ୍ଧ ସମାନତାର ଅଧିକାରର ସଫଳ ରୂପାୟନ ହୋଇପାରିବ ।

୧୪ - ଶୋଷଣଗତ ଉପାଦେୟତା - ଆର୍ଥିକ ଦୁର୍ବଳ ଶ୍ରେଣୀ ଶିକ୍ଷାରେ ସଶକ୍ତ ହେବା ଦ୍ୱାରା ଅନ୍ୟ ଉପରେ ଏମାନଙ୍କର ନିର୍ଭରଶୀଳତା କମିବ । ଯଦ୍ଦ୍ଵାରା ଏମାନେ ଅନ୍ୟମାନଙ୍କ ଦ୍ୱାରା ଶୋଷଣର ଶିକାର ହେବା ହ୍ରାସ ପାଇବ ।

୧୫ - ସାଂଗଠନିକ ଉପାଦେୟତା - ସରକାରୀ ପ୍ରାଥମିକ ବିଦ୍ୟାଳୟର ଅଭିଭାବକ ମାନେ ଏହା ଦ୍ୱାରା ଏକାଠି ହୋଇପାରିବେ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯେଉଁମାନଙ୍କର ଏକତା ନାହିଁ ବା ସଂଗଠନ ନାହିଁ, ସେମାନେ ତାଙ୍କ ଅଧିକାରରୁ ବଂଚିତ ହୁଅନ୍ତି । ଏଣୁ ଏମାନେ ଉପକୃତ ହେଵା ସୁନିଶ୍ଚିତ ହେବ ।

୧୬ - best Odisha ହେଉଛି ଆର୍ଥିକ ଦୁର୍ବଳ ଶ୍ରେଣୀର ସମ୍ମିଳିତ ଶକ୍ତି । ଯାହାର ସୁଯୋଗ ପ୍ରତ୍ୟେକ ଟ୍ରଷ୍ଟି ପାଇବେ ।